Jump to content

ବାଧାପ୍ରାପ୍ତ ମୈଥୁନ

ଉଇକିପିଡ଼ିଆ‌ରୁ
Coitus interruptus
Background
TypeBehavioral
First useAncient[]
SynonymsWithdrawal method, pull-out method, pulling out[]
Failure rates (first year)
Perfect use4%[]
Typical use20%[]
Usage
ReversibilityYes
User remindersDifferent to use[]
Advantages and disadvantages
STI protectionSome[]
BenefitsNo cost, always available[]

ବାଧାପ୍ରାପ୍ତ ମୈଥୁନ (ଇଂରାଜୀ ଭାଷାରେ Coitus interruptus), ପ୍ରତ୍ୟାହାର ପଦ୍ଧତି ମଧ୍ୟ କୁହାଯାଏ, ହେଉଛି ଏକ ପ୍ରକାର ଜନ୍ମ ନିରୋଧ ଯେଉଁଥିରେ ବୀର୍ଯ୍ୟ ସ୍ଖଳନ ପୂର୍ବରୁ ଲିଙ୍ଗକୁ ଯୋନୀ ଭିତରୁ ବାହାର କରିଦିଆଯାଏ ।[] [] ଏକ ବର୍ଷ ମଧ୍ୟରେ ଏହି ପଦ୍ଧତି ଯୋଗୁ ମାତ୍ର ୨୦% କ୍ଷେତ୍ରରେ ଗର୍ଭଧାରଣ ଘଟିଥାଏ, ଏବଂ ଉପଯୁକ୍ତ ବ୍ୟବହାର ହୋଇପାରିଲେ ଏହା ମାତ୍ର ୪% ହୋଇଥାଏ ।[] ଏହା ଅନ୍ୟ ପଦ୍ଧତି ସହିତ ଏକତ୍ର ବ୍ୟବହୃତ ହୋଇପାରେ ଯେପରିକି କଣ୍ଡୋମ, ଜନ୍ମ ନିୟନ୍ତ୍ରଣ ବଟିକା କିମ୍ବା ଜରୁରୀକାଳୀନ ଜନ୍ମ ନିୟନ୍ତ୍ରଣ ।[]

ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିଲେ ମଧ୍ୟ ଯୌନ ସଂକ୍ରମଣରୁ (STI) ରକ୍ଷା ହୁଏ ନାହିଁ; ଯଦିଓ ମହିଳାମାନଙ୍କ ପାଇଁ ଏଚଆଇଭି/ଏଡସ ସଙ୍କଟ କମ ରହେ ।[] ଏହି ପ୍ରଥାରେ ଡିଣ୍ଡାଣୁ ଓ ଶୁକ୍ରାଣୁ ଭେଟ ସୁଯୋଗ ହ୍ରାସ ହୋଇ କାର୍ଯ୍ୟକ୍ଷମ ହୁଏ ।[] ବିଫଳତା ହୋଇପାରେ ଯଦି ସ୍ଖଳନ ପୂର୍ବରୁ ଡିଣ୍ଡାଣୁ ଓ ମିଳନ ହୋଇଯାଏ କିମ୍ବା ଜଣେ ସାଥୀ ଅନ୍ୟ ଦ୍ୱାରା ପ୍ରତ୍ୟାହାରକୁ ରୋକିଦିଏ ।[] କେତେକ ମଧ୍ୟ ସ୍ଖଳନ ପୂର୍ବରୁ ଲିଙ୍ଗକୁ ନିର୍ଭରଯୋଗ୍ୟ ଭାବରେ ଅପସାରଣ କରିବାରେ ସକ୍ଷମ ହୋଇ ପାରନ୍ତିନି ।[]

ଏହି ପଦ୍ଧତିକୁ ଦୁଇ ତୃତୀୟାଂଶ ମହିଳା ବ୍ୟବହାର କରୁଛନ୍ତି ଯେଉଁମାନେ ଯୌନ ସମ୍ପର୍କ ରଖୁଛନ୍ତି ଏବଂ ବର୍ତ୍ତମାନ ଯୁକ୍ତରାଷ୍ଟ୍ରରେ ପ୍ରାୟ ୭% ମହିଳା ଏହା ବ୍ୟବହାର କରୁଛନ୍ତି ।[] ୧୯୮୦ରୁ ୨୦୧୦ ମଧ୍ୟରେ ଏହାର ବ୍ୟବହାର ହାର ବୃଦ୍ଧି ପାଇଛି ଏବଂ ସାଧାରଣତ ୨୦ ଦଶକର ମହିଳାମାନେ ଏହା ବ୍ୟବହାର କରୁଛନ୍ତି ।[] ୧୯୯୧ ମସିହାରେ ବିଶ୍ୱର ପ୍ରାୟ ୩୮ ନିୟୁତ ମହିଳା ଏହାକୁ ବ୍ୟବହାର କରିଛନ୍ତି ।[] ଇତିହାସ ସାରା ଏହି ଅଭ୍ୟାସ କରାଯାଉଥିବା ବିଶ୍ୱାସ କରାଯାଏ ।[] ଏହାର କୌଣସି ପ୍ରତ୍ୟକ୍ଷ ଖର୍ଚ୍ଚ ନାହିଁ ।[]

  1. ୧.୦ ୧.୧ ୧.୨ Rogow D, Horowitz S (1995). "Withdrawal: a review of the literature and an agenda for research". Studies in Family Planning. 26 (3): 140–53. doi:10.2307/2137833. JSTOR 2137833. PMID 7570764.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ Cason, Patty; Cwiak, Carrie; Kowal, Deborah; Edelman, Alison (26 September 2023). Contraceptive Technology (in ଇଂରାଜୀ) (22 ed.). Jones & Bartlett Learning. pp. 503–508. ISBN 978-1-284-25503-4. Archived from the original on 10 April 2024. Retrieved 9 April 2024.
  3. ୩.୦ ୩.୧ "Table 26-1 Percentage of women experiencing an unintended pregnancy during the first year of typical use and the first year of perfect use of contraception and the percentage continuing use at the end of the first year. United States" (PDF). Contraceptivetechnology.org. Archived (PDF) from the original on 2022-05-04. Retrieved 18 March 2022.
  4. "Pull Out Method | Withdrawal Method | What is Pulling Out?". www.plannedparenthood.org (in ଇଂରାଜୀ). Archived from the original on 29 March 2015. Retrieved 9 April 2024.